ଇଚ୍ଛା ହୁଏ ହୁଅନ୍ତି କି ନୀଳ ଆକାଶର ମୁକ୍ତ ପକ୍ଷୀଟିଏ
ଉଡି ଯାନ୍ତି ତତେ ନେଇ କାହିଁ କେତେ ଯେ ଦୂରକୁ
ଏ ଦୁନିଆର ସବୁ ସୀମା ରେଖାକୁ ଡେଈଂ
ଦୁହେଁ ଚାଲି ଆସନ୍ତେ ପରସ୍ପରର ବାହୁ ବନ୍ଧନକୁ
ଦୁହେଁ ଚାଲି ଆସନ୍ତେ ପରସ୍ପରର ବାହୁ ବନ୍ଧନକୁ
ଇଚ୍ଛା ହୁଏ ହୁଅନ୍ତିକି ତୋ ଆଖିର ପଲକ
ଦେଖାନ୍ତି ଥରେ ତତେ ମୋ ସ୍ବପ୍ନର ଦୁନିଆ
ଇଚ୍ଛା ହୁଏ ଆସନ୍ତିକି ତୋ ସପନରେ ଥରେ
ଚାଲିଥାନ୍ତା ସାରା ରାତି ପ୍ରେମ ଦିଆ ନିଆ
ଦେଖାନ୍ତି ଥରେ ତତେ ମୋ ସ୍ବପ୍ନର ଦୁନିଆ
ଇଚ୍ଛା ହୁଏ ଆସନ୍ତିକି ତୋ ସପନରେ ଥରେ
ଚାଲିଥାନ୍ତା ସାରା ରାତି ପ୍ରେମ ଦିଆ ନିଆ
ଇଚ୍ଛା ହୁଏ ହୁଅନ୍ତିକି ତୋ ପାଦର ପାଉଁଜି
ଚାଲିଥାନ୍ତି ସାଥେ ତୋର ସାଥୀଟିଏ ହୋଇ
ଛମ୍ ଛମ୍ ବାଜୁଥାନ୍ତି ତୋ ପାଦରେ ଏମିତି
ସାତ ସ୍ଵର ସଂଗୀତର ମୂର୍ଛାନା ଯେମିତି
ଇଚ୍ଛା ହୁଏ ହୁଅନ୍ତିକି ବରଷାର ଛିଟା
ଶ୍ରାବଣ ରାତିରେ ତତେ ଭିଜେଇ ଦେଇ ଯାନ୍ତି
ଇଚ୍ଛା ହୁଏ ହୁଅନ୍ତିକି ମୃଦୁ ମଳୟ ପବନ
ଫଗୁଣରେ ତତେ ଥରେ ଛୁଇଁ ଦେଇ ଯାନ୍ତି
ଇଚ୍ଛା ହୁଏ ହୁଅନ୍ତିକି ତୋ ଆଖି ପଲକର
ଏକ ସୁନ୍ଦର ସ୍ଵପ୍ନଟିଏ
ତ ପୁଣି କେବେ ହେଇଯିବାକୁ
ତୋ ଓଠର ଦୁଷ୍ଟ ହସଟିଏ
ଇଚ୍ଛା ହୁଏ ଖାଲି
ତତେ ଚାହିଁବାକୁ ତତେ ଭଲ ପାଇବାକୁ
ସତରେ ନହେଲେ ବି ନିରୋଳା ରାତିର ମିଠା ସପନରରେ
ଖାଲି ତତେ ଆଉ ତତେ ଭଲ ପାଇବାକୁ
3 comments:
subtitles ??
:)
Its in oriya
will send u subtitles :)
Post a Comment